Breaking PLUSଓଡ଼ିଶାମୁଖ୍ୟ ଖବର

ହ୍ୟୁମାନ ମୃତ୍ୟୁ: ଗୃହ ବିଭାଗର ଦ୍ୱାରସ୍ଥ ହେଲା ଓଡ଼ିଶା ସିଭିଲ ସୋସାଇଟି

ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ଗୃହ ବିଭାଗର ଦ୍ୱାରସ୍ଥ ହେଲା ସିଭିଲ ସୋସାଇଟି । ନିରପେକ୍ଷ ତଦନ୍ତ ସହ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଦାବ କରିଛି ସିଭିଲ୍ ସୋସାଇଟି । ଆଜି ଲୋକ ସେବା ଭବନରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଭେଟି ସଚିବଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ଦେଇଛି ସିଭିଲ ସୋସାଇଟି ଓଡିଶା ।  ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛି ସିଭିଲ ସୋସାଇଟି ।

ପରିବାର ଲୋକଙ୍କ ଅନୁପସ୍ଥିତିରେ କାହିଁକି ତାଙ୍କୁ ମେଡିକାଲରେ ଆଡମିଟ କରାଗଲା । ଅଧ ରାତିରେ କିଏ ସେ ମହିଳା ମେଡିକାଲକୁ ଯାଇଥିଲେ । ଏହାର ରହସ୍ୟ ସାମ୍ନାକୁ ଆସୁ । ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରୁ । ବରିଷ୍ଠ ଅଧିକାରୀଙ୍କୁ ନେଇ ପୋଲିସ ଟିମ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉ ବୋଲି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ସିଭିଲ ସୋସାଇଟି ଓଡିଶା ।  ହ୍ୟୁମାନଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ ହୋଇଛି ।

Show More

Related Articles

Back to top button