Breaking PLUSଦେଶମୁଖ୍ୟ ଖବର

ଲାଲକିଲ୍ଲା ବୋମା ବିସ୍ଫୋରଣ ଘଟଣାରେ ଉମରର ସହଯୋଗୀ ଗିରଫ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାରେ ଏନ୍ଆଇଏକୁ ବଡ ସଫଳତା ମିଳିଛି। ଆଉ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଜି ଏଜେନ୍ସି ଗିରଫ କରିଛି। ଗିରଫ ଅଭିଯୁକ୍ତ ସୋଏବ ହରିୟାଣାର ଫରିଦାବାଦର ଧୌଜ ଅଞ୍ଚଳର ବାସିନ୍ଦା। ଏହି ମାମଲାରେ ଗିରଫ ହୋଇଥିବା ସେ ସପ୍ତମ ଅଭିଯୁକ୍ତ। ଦିଲ୍ଲୀ ବୋମା ବିସ୍ଫୋରଣ ପରଠାରୁ ସେ ଫେରାର୍ ଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ବିସ୍ଫୋରଣ ପୂର୍ବରୁ ଶୋଏବ ଆତଙ୍କବାଦୀ ଉମରକୁ ତାଙ୍କ ଘରେ ଲୁଚାଇ ରଖିଥିଲେ। ଘଟଣା ପୂର୍ବରୁ ସୋଏବ ଆତଙ୍କବାଦୀ ଉମର ଉନ୍ ନବିକୁ ଆଶ୍ରୟ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଥିଲା।

Show More

Related Articles

Back to top button