Breaking PLUSଓଡ଼ିଶାମୁଖ୍ୟ ଖବର
୨୭୦ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ବାରା ଗିରଫ

ଭୁବନେଶ୍ୱର- ୨୭୦ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ବାରା ଗିରଫ । ଗତବର୍ଷ ଜୁନ୍ ୧୨ରୁ ଚଳିତ ବର୍ଷ ଡିସେମ୍ବର ୨୧ ଯାଏଁ ୨୭୦ ଗିରଫ ହୋଇଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର । ୩୧ ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ ଥର କାର୍ଯ୍ୟାନୁଷ୍ଠାନ ହୋଇଛି । ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ୧୮୭ ସରକାରୀ କର୍ମଚାରୀ । ଦଣ୍ଡିତ ପରେ ଚାକିରିରୁ ବରଖାସ୍ତ ହୋଇଛନ୍ତି ୩୪ ସରକାରୀ କର୍ମଚାରୀ । ୬୫ ସରକାରୀ କର୍ମଚାରୀଙ୍କ ପେନ୍ସନ୍ ବନ୍ଦ ହୋଇଛି ।



