Breaking PLUSଓଡ଼ିଶାମୁଖ୍ୟ ଖବର

ଧଉଳି ଗଣଦୁଷ୍କର୍ମ ମାମଲା, 2 ଗିରଫ

ଧଉଳି ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଇତି ମଧ୍ୟରେ ପୁଲିସ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରିଛି । ସେପଟେ ଆଜି କ୍ରାଇମ ସ୍ପଟ୍‌ରେ ପହଞ୍ଚିଛନ୍ତି ମହିଳା କମିଶନ ସଦସ୍ୟା। ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ କରିବା ପରେ କ୍ରାଇମ୍‌ ସ୍ପଟ୍‌ ରେ ପହଞ୍ଚିଥିଲେ। ଘଟଣାକୁ ଗୁରୁତର ସହ ନିଆଯାଇଛି ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ ବୋଲି କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button