Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖା

ଭୁବନେଶ୍ୱର- ରାଜ୍ୟ କୁସ୍ତି ଖେଳାଳିଙ୍କ ଅଣଦେଖାର ଭିଡିଓ ଭାଇରାଲ୍‌ ହୋଇଛି । ଟ୍ରେନ୍‌ ବଗି ଫାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସିଲେ ।ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ ଏପରି କଲେ କର୍ତ୍ତୃପକ୍ଷ । ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ, ମାତ୍ର ହୋଇ ନ ଥିଲା ଟ୍ରେନ୍‌ ଟିକେଟ୍‌  । ଶିକ୍ଷକ ଭାନୁ ରଣାଙ୍କ ନାଁ ନେଇ ଅଭିଯୋଗ କଲେ ଅନ୍ୟ ଶିକ୍ଷକ । ସ୍କୁଲ ଓ ଗଣ ଶିକ୍ଷା ବିଭାଗ କିପରି ଏହା ଜାଣି ପାରିଲାନି ଉଠିଲା ପ୍ରଶ୍ନ  । ଛୋଟ ଛୋଟ ସ୍କୁଲ ପିଲାଙ୍କ ପ୍ରତି ଏପରି ଦାୟିତ୍ବହୀନତା କେତେ ଗ୍ରହଣୀୟ  । ୧୦ ପୁଅ ଓ ୮ ଝିଅ ଗଶଶିକ୍ଷା ବିଭାଗ ବ୍ୟାନରରେ ଯାଇଥିଲେ । ଯିବା ଆସିବାର ଦୟନୀୟ କାହାଣୀ କହିଲେ ଜଣେ ଅଭିଭାବକ ଓ ପିଲା   ।ଟ୍ରେନ୍‌ ଟିକେଟ୍‌ କନଫର୍ମ ନ ଥାଇ କିପରି ଭାବେ ନିଆଗଲା ଉଠାଇଲେ ପ୍ରଶ୍ନ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button