ଦେଶ

କମିଲା ସୁନା ଏବଂ ରୂପା ଦର

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା ମଧ୍ୟରେ କମିଲା ସୁନା ଏବଂ ରୂପା ଦର। ଯଦି ଆଜି ସୁନା କିମ୍ବା ରୂପା କିଣିବାକୁ ଯୋଜନା କରିଛନ୍ତି, ତେବେ ଆଜିର ଦର ଉପରେ ଟିକେ ନଜର ପକାନ୍ତୁ । କାରଣ ଆଜି ଉଭୟ ଦର କମିଛି। ଆଜି ରାଜଧାନୀ ଭୁବନେଶ୍ଵରରେ ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧୦୩୦ ଟଙ୍କା କମି ୧ ଲକ୍ଷ ୫୯ ହଜାର ୬୬୦ ହୋଇଛି। ଗତକାଲି ଦର ୧ ଲକ୍ଷ ୬୦ ହଜାର ୬୯୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୯୫୦ ଟଙ୍କା କମି ୧ ଲକ୍ଷ ୪୬ ହଜାର ୩୫୦ ଟଙ୍କା ହୋଇଛି। ଯାହା ଗତକାଲି ୧ ଲକ୍ଷ ୪୭ ହଜାର ୩୦୦ ଥିଲା।

ରୂପା ଦର ମଧ୍ୟ ଆଜି ହ୍ରାସ ଘଟିଛି। ଭୁବନେଶ୍ବରରେ ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୮୦ ହଜାର ଟଙ୍କା ହୋଇଛି। ଗତକାଲି ଦର ୨ ଲକ୍ଷ ୯୦ ହଜାର ଟଙ୍କା ଥିଲା।

Show More

Related Articles

Back to top button