Breaking PLUSଓଡ଼ିଶାମୁଖ୍ୟ ଖବର

ମାର୍ଚ୍ଚ ଶେଷସୁଦ୍ଧା ମାଲକାନଗିରିରୁ ଆରମ୍ଭ ହେବ ବିମାନ ସେବା

ବହୁ ପ୍ରତୀକ୍ଷିତ ମାଲକାନଗିରି–ଭୁବନେଶ୍ୱର ବିମାନ ସେବା ଚଳିତ ମାସ ଶେଷସୁଦ୍ଧା ଆରମ୍ଭ ହେବାକୁ ଯାଉଛି। ଏହା ପାଇଁ ରାଜ୍ୟ ସରକାର ଓ ଇଣ୍ଡିଆ ୱାନ୍ ଏୟାର କମ୍ପାନୀର ବୈଷୟିକ ଦଳ ବିମାନବନ୍ଦରର ସମ୍ପୂର୍ଣ୍ଣ ଯାଞ୍ଚ କରିଛନ୍ତି।
ରନୱେ, ସୁରକ୍ଷା ବ୍ୟବସ୍ଥା, ସିସିଟିଭି, ଟିକେଟ୍ କାଉଣ୍ଟର ଓ ଅନ୍ୟାନ୍ୟ ସୁବିଧା ବିଷୟରେ ସମୀକ୍ଷା କରାଯାଇଛି। ସାମାନ୍ୟ ତ୍ରୁଟିଗୁଡିକୁ ଶୀଘ୍ର ସୁଧାରିବାକୁ ସମ୍ବନ୍ଧିତ ବିଭାଗକୁ ନିର୍ଦେଶ ଦିଆଯାଇଛି।
ପ୍ରଥମ ପର୍ଯ୍ୟାୟରେ ଜୟପୁର–ଭୁବନେଶ୍ୱର ରୁଟ୍‌ର ବିମାନକୁ ମାଲକାନଗିରି ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ପ୍ରଥମେ ୯ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବ। ଆଗାମୀ କିଛି ଦିନ ମଧ୍ୟରେ ରନୱେରେ ପରୀକ୍ଷାମୂଳକ ଅବତରଣ ମଧ୍ୟ ହେବ।
ଉଲ୍ଲେଖନୀୟ, ୨୦୨୪ରେ ବିମାନବନ୍ଦର ଉଦ୍ଘାଟନ ହେବା ସତ୍ତ୍ୱେ ଏପର୍ଯ୍ୟନ୍ତ ଯାତ୍ରୀବାହୀ ସେବା ଆରମ୍ଭ ହୋଇନଥିଲା। ବର୍ତ୍ତମାନ କେନ୍ଦ୍ରର ଅନୁମତି ମିଳିବା ପରେ ସେବା ଆରମ୍ଭ ପାଇଁ ପଥ ସ୍ପଷ୍ଟ ହୋଇଛି।

Show More

Related Articles

Back to top button