Breaking PLUSଦେଶବାଣିଜ୍ୟମୁଖ୍ୟ ଖବର

ବନ୍ଦେ ଭାରତରେ ଆଣ୍ଟି କ୍ଲାଇମ୍ବିଂ ବ୍ୟବସ୍ଥା; ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ

ଯାତ୍ରୀ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ଗୁଡ଼ିକରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଲୋକସଭାରେ ପ୍ରଶ୍ନକାଳ ସମୟରେ ସେ ସୂଚନା ଦେଇ କହିଥିଲେ ଯେ, ବନ୍ଦେ ଭାରତ ଟ୍ରେନ୍‌ରେ ଆଣ୍ଟି କ୍ଲାଇମ୍ବିଂ ବ୍ୟବସ୍ଥା ଲାଗୁ କରାଯାଇଛି, ଯାହା ଦୁର୍ଘଟଣା ସମୟରେ କୋଚ୍‌ଗୁଡ଼ିକ ଏକାଉପରେ ଏକା ଚଢ଼ିଯିବାକୁ ବାରଣ କରିଥାଏ।
ଏହାସହ ସ୍ୱଦେଶୀ ଭାବେ ବିକଶିତ କବଚ ସ୍ୱୟଂଚାଳିତ ସୁରକ୍ଷା ପ୍ରଣାଳୀକୁ ମଧ୍ୟ ରେଳପଥରେ କାର୍ଯ୍ୟକାରୀ କରାଯାଇଛି, ଯାହା ଟ୍ରେନ୍‌ ଦୁର୍ଘଟଣାକୁ ରୋକିବାରେ ସହାୟକ।
ଅନ୍ୟପଟେ, ରେଳପଥର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ ବ୍ୟବସ୍ଥା ସହ ଉଚ୍ଚକ୍ଷମତାସମ୍ପନ୍ନ ସିସିଟିଭି କ୍ୟାମେରା ଲଗାଯାଉଛି। ରେଳ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମାରେ ଶେଷ କରିବା ପାଇଁ ରାଜ୍ୟମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି।

Show More

Related Articles

Back to top button