Breaking PLUSଓଡ଼ିଶାମୁଖ୍ୟ ଖବର
ପ୍ରତାପ ଜେନାଙ୍କ ଘର ସମ୍ମୁଖରେ ହଙ୍ଗାମା

ଭୁବନେଶ୍ୱର- ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଘର ସମ୍ମୁଖରେ ହଙ୍ଗାମା। ଗତକାଲି ରାତିରେ ବିଜେଡିରୁ ନିଲମ୍ବିତ ହୋଇଥିବା ୧୦ ଯୁବ ଓ ଛାତ୍ର ନେତାଙ୍କ ପାଟିତୁଣ୍ତ ଦେଖିବାକୁ ମିଳିଛି । କିଛି ଯୁବ ଛାତ୍ର ପ୍ରତାପଙ୍କ ଘର ଆଗରେ ବାଣ ଫୁଟାଇବା ସହ ମିଠା ବାଣ୍ଟି ନାରାବାଜି କରିଥିଲେ। ଏହାକୁ ବିରୋଧ କରିବାରୁ ଘର ଲୋକଙ୍କୁ ଆକ୍ରମଣ କରାଯାଇଥିଲା। ଦଳବିରୋଧୀ କାର୍ଯ୍ୟ ପାଇଁ ୩ ଜଣ ଯୁବ ଓ ୭ଜଣ ଛାତ୍ର ନେତା ନିଲମ୍ବିତ ହୋଇଥିଲେ। ପ୍ରତାପ ଜେନାଙ୍କ ଦସ୍ତଖତ କ୍ରମେ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ନୋଟିସ ପାଇଥିଲା ପରେ ରାତିରେ ଏହି ହଙ୍ଗାମା ଦେଖିବାକୁ ମିଳିଥିଲା।



