Breaking PLUSଓଡ଼ିଶାମୁଖ୍ୟ ଖବର
ମାହେନ୍ଦ୍ର ବେଳାରେ ରତ୍ନଭଣ୍ଡାର ଅଳଙ୍କାରର ହେବ ଗଣତି ମଣତି

ଭୁବନେଶ୍ୱର- ମାହେନ୍ଦ୍ର ବେଳାରେ ରତ୍ନଭଣ୍ଡାର ଅଳଙ୍କାରର ହେବ ଗଣତି ମଣତି। ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ । ମଧ୍ୟାହ୍ନ ୧୨ଟା ୯ରୁ ଦିନ ୧.୪୫ ମଧ୍ୟରେ ଆରମ୍ଭ ହେବ ଗଣତି ମଣତି। ଏହାର ଭିଡ଼ିଓଗ୍ରାଫି ଓ ଫଟୋଗ୍ରାଫି ସହ ଥ୍ରୀ ଡି ମ୍ୟାପିଂ ବି ହେବ।
ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରର ଗଣତି ମଣତି ହେବ ଏବଂ ୧୯୭୮ ମସିହାର ପୂର୍ଣ୍ଣାଙ୍ଗ ତାଲିକା ସହ ମେଳ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଅଳଙ୍କାର ଗଣତି ମଣତି ପାଇଁ ସୁପରଭାଇଜିଂ ଟିମ୍ ଓ ହ୍ୟାଣ୍ଡେଲିଂ ଟିମ୍ ଭଳି ଦୁଇଟି ଟିମ୍ ଗଠନ ହୋଇଛି।



