Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ଢେଙ୍କାନାଳରେ ନିର୍ମମ ହତ୍ୟା: ପୁଅ ସମ୍ମୁଖରେ ମାଆଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଢେଙ୍କାନାଳ ଜିଲ୍ଲାରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ। ହିନ୍ଦୋଳ ଥାନା ଅନ୍ତର୍ଗତ ଧୋବଣୀ ନଗର ଗ୍ରାମରେ ପୁଅ ସମ୍ମୁଖରେ ମାଆଙ୍କୁ ପିଟି ପିଟି ହତ୍ୟା କରାଯାଇଛି।
ମୃତକ ହେଲେ ୫୦ ବର୍ଷୀୟା ଉତ୍ତମ ସାହୁ। ସୂଚନା ଅନୁଯାୟୀ, ଶନିବାର ସକାଳେ ସେ ନିଜ ପୁଅ ସହ ଗାଁ ମୁଣ୍ଡରେ ଥିବା ଏକ ମହୁଲ ଗଛରୁ ଫୁଲ ଗୋଟେଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଘାତ ଲଗାଇ ରହିଥିବା କିଛି ଦୁର୍ବୃତ୍ତ ତାଙ୍କ ପୁଅକୁ ଧରି ରଖି ଉତ୍ତମଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ହିନ୍ଦୋଳ ପୁଲିସ ଘଟଣାସ୍ଥଳକୁ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ଏହି ଘଟଣାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମହୁଲ ଗଛ ଓ ଜମିକୁ ନେଇ ପୂର୍ବରୁ ବିବାଦ ରହିଥିଲା। ସେହି ବିବାଦକୁ କେନ୍ଦ୍ର କରି ଏହି ହତ୍ୟା ଘଟିଥିବା ପୋଲିସ ସନ୍ଦେହ କରୁଛି। ମୃତକଙ୍କ ପୁଅ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Show More

Related Articles

Back to top button