Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତିଙ୍କ ଇସ୍ତଫା

ଜଳେଶ୍ବର:ବିଧାୟିକା ସୁବାସିନୀ ଜେନାଙ୍କ ନିଲମ୍ବନ ପରେ ଜୋର ଧରିଛି ରାଜନୀତି । ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ଦେଇଛନ୍ତି ।
ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ସୁଶାନ୍ତ ବେହେରା ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଉଭୟ ସଭାପତି ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ବିଧାୟିକା ସୁବାସିନୀ ଜେନାଙ୍କ ନିଲମ୍ବନକୁ ବିରୋଧ କରି ଦଳ ଛାଡ଼ିଥିବା ଜଣାପଡିଛି । କାଲି ବସ୍ତା ବ୍ଲକ ବିଜେଡି ସଭାପତି ପଦ ସହ ଦଳ ଛାଡ଼ିଥିଲେ ଅନୀଲ ମହାନ୍ତି ।
ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ ଦଳ ଛାଡ଼ିଲେ ତୃଣମୂଳ ନେତା । ତିନି ତିନି ଥରର ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି ଇସ୍ତଫା ଦେଇଥିଲେ ।ସୁବାସିନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦଳ ଛାଡ଼ିଥିଲେ ।



