Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଦେଶଭକ୍ତିମୁଖ୍ୟ ଖବରସେଲିବ୍ରିଟି

ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରେ ଦୀପ୍ତିରେଖାଙ୍କ ଭକ୍ତିଗୀତ, ଶିଳ୍ପୀଙ୍କ ମନରେ ଖୁସିର ଲହରୀ

ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଖୁସିର ମୁହୂର୍ତ୍ତ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ଗାୟିକା ଦୀପ୍ତିରେଖା ପାଢ଼ୀଙ୍କ ଗାଇଥିବା ଭକ୍ତିମୟ ଗୀତକୁ ନିଜର ‘X’ ଆକାଉଣ୍ଟରେ ସେୟାର କରି ସ୍ତୁତି କରିଛନ୍ତି।
ଭିଡିଓଟି ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଦେବୀଙ୍କ ପ୍ରତି ଭକ୍ତିରେ ଅସୀମ ଶକ୍ତି ରହିଛି ଓ ଏହା ଭକ୍ତମାନଙ୍କ ମନରେ ସକାରାତ୍ମକ ଉର୍ଜା ସୃଷ୍ଟି କରେ।
ଏହି ଅପେକ୍ଷିତ ପ୍ରଶଂସା ପାଇଁ ଦୀପ୍ତିରେଖା ପାଢ଼ୀ ଅତ୍ୟନ୍ତ ଆନନ୍ଦିତ ଓ ଭାବବିହ୍ୱଳ ହୋଇପଡ଼ିଛନ୍ତି। ସେ କହିଛନ୍ତି, ନିଜର ଗୀତକୁ ପ୍ରଧାନମନ୍ତ୍ରୀ ସେୟାର କରିବେ ବୋଲି ସେ କେବେ ଭାବିନଥିଲେ।
ସେ ଆହୁରି କହିଛନ୍ତି, ଏହି ସ୍ୱୀକୃତି ତାଙ୍କୁ ଆଗାମୀ ଦିନରେ ଆହୁରି ଭଲ କାମ କରିବାକୁ ପ୍ରେରଣା ଦେଇଛି।
ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ଓଡ଼ିଶାର ଆଧ୍ୟାତ୍ମିକ ସଂସ୍କୃତି ପ୍ରତି ସମ୍ମାନକୁ ପ୍ରକାଶ କରିବା ସହିତ ଶିଳ୍ପୀମାନଙ୍କ ମନୋବଳକୁ ବଢ଼ାଇଛି।

Show More

Related Articles

Back to top button