Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି 2ଟାରୁ ଟଣା ହେବ ଅଧାରେ ଅଟକିଥିବା ରୁକୁଣା ରଥ

ଭୁବନେଶ୍ବର: ଆଜି ଅପରାହ୍ଣ ୨ଟାରୁ ପୁଣି ରଥଟଣା ହେବ। ବର୍ଷା ଯୋଗୁ ଅଧାରେ ଅଟକିଥିବା ରଥକୁ ଆଜି ଅପରାହ୍ନ 2ଟାରେ ଟଣାଯିବ ।

ଗତକାଲି ପବିତ୍ର ଅଶୋକାଷ୍ଟମୀରେ ଗୁରୁବାର ଭକ୍ତିମୟ ହୋଇଉଠିଥିଲା ଏକାମ୍ର କ୍ଷେତ୍ର। ମହାପ୍ରଭୁ ଶ୍ରୀଲିଙ୍ଗରାଜ ରଥାରୂଢ଼ ହୋଇ ରାମେଶ୍ବର ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ରୁକୁଣା ରଥ ଟାଣିବା ପାଇଁ ରଥଦାଣ୍ଡ ଲୋକାରଣ୍ୟ ହୋଇଥିଲା।

ମନ୍ଦିର ପ୍ରଶାସନର ସ୍ବତନ୍ତ୍ର ନୀତିନିର୍ଘଣ୍ଟର ପ୍ରାୟ ୧ଘଣ୍ଟା ୧୫ମିନିଟ୍‌ ବିଳମ୍ବରେ ଅପରାହ୍ଣ ୩ଟା ୪୫ରେ ରଥଟଣା ଆରମ୍ଭ ହୋଇଥିଲା। ରଥ ବଢ଼େଇବାଙ୍କ ଛକ ମୋଡ଼ ଦେଇ ରଥ ବାଟ କୂଅ ମୁହଁ ବଡୁ ସାହି ନିକଟରେ ପହଞ୍ଚିବା ପରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା ପରେ ପୁଣି ରଥଟଣା ହୋଇଥିଲା।

ଜଣେ ସେବାୟତଙ୍କ ଘରକୁ ମାଡ଼ି ଯାଇଥିଲା। ସେଠାରୁ ଖରଡ଼ା ସେବାୟତ ରଥକୁ ସଳଖ କରିବା ପରେ ପୂଜାପଣ୍ଡା ନିଯୋଗ କାର୍ଯ୍ୟାଳୟ ଠାରେ ସନ୍ଧ୍ୟା ୬ଟା ୧୦ରେ ରଥଟଣା ବନ୍ଦ କରାଯାଇଥିଲା। ଆଜି ଅପରାହ୍ଣ ୨ଟାରୁ ପୁଣି ରଥଟଣା ହେବ।

Show More

Related Articles

Back to top button