Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରୁନାହାନ୍ତି ରୋଗୀ

ଭୁବନେଶ୍ୱର, 30 ମାର୍ଚ୍ଚ – ୨୦୨୨ ରେ ୫୯ ହଜାର ୭୩୨ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୨୬ ହଜାର ୧୨୬ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇ ପାରିଛନ୍ତି । ଚିନ୍ତାର ବିଷୟ ୩୩ ହଜାର ୬୦୬ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରିନାହାନ୍ତି ।

୨୦୨୩ ରେ ୬୧ ହଜାର ୨୮୫ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୨୭ ହଜାର ୩୪୫ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇପାରିଛନ୍ତି । ଚିନ୍ତାର ବିଷୟ ୩୩ ହଜାର ୯୪୦ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରିନାହାନ୍ତି ।

୨୦୨୪ ରେ ୫୯ ହଜାର ୮୧୯ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୨୮ ହଜାର ୫୭ ରୋଗୀ ସୁସ୍ଥ ବା ରୋଗ ମୁକ୍ତ ହୋଇପାରିଛନ୍ତି । ଚିନ୍ତାର ବିଷୟ ୩୧ ହଜାର ୭୬୨ ରୋଗୀ ଯକ୍ଷ୍ମା କବଳରୁ ମୁକ୍ତି ପାଇ ପାରିନାହାନ୍ତି । ତିନି ବର୍ଷରେ ପ୍ରାୟ ଲକ୍ଷେ ରୋଗୀ ଚିକିତ୍ସା ସତେ ବି ସୁସ୍ଥ କି ମୁକ୍ତ ହୋଇ ପାରିନାହାନ୍ତି । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ଲିଖିତ ଉତ୍ତର ରଖିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button