Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତିଶିକ୍ଷା
ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ: ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ କ୍ଲାସ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାତି ବଢ଼ୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ସମସ୍ତ ସ୍କୁଲରେ ସକାଳୁଆ କ୍ଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ସକାଳ ସାଢ଼େ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଶିକ୍ଷାଦାନ ହେବ।
ଏହି ବ୍ୟବସ୍ଥା ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ଚାଲୁ ରହିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗଣଶିକ୍ଷା ସଚିବ ଏନ୍ ତିରୁମାଳା ନାଏକ ଏହି ସୂଚନା ଦେଇଛନ୍ତି।
ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ପାଇଁ ବିଦ୍ୟାଳୟଗୁଡ଼ିକୁ କିଛି ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ବିଦ୍ୟାଳୟରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ସହ ଓଆରଏସ୍ ପ୍ୟାକେଟ୍ ମହଜୁଦ ରଖିବାକୁ କୁହାଯାଇଛି।
ଏହାସହ ଖରା ସମୟରେ ବିଦ୍ୟାଳୟ ବାହାରର କାର୍ଯ୍ୟକ୍ରମକୁ କମ କରିବା ଓ ଛାତ୍ରଛାତ୍ରୀଙ୍କୁ ଅଧିକ ସମୟ ତାପରେ ରଖିବା ନୁହେଁ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।


