Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବରସ୍ୱାସ୍ଥ୍ୟ

ଟ୍ରମ୍ପଙ୍କ ନୂତନ ବାଣିଜ୍ୟ ନୀତି: ଔଷଧରେ ୧୦୦% ଶୁଳ୍କ, ଧାତୁ ଉପରେ କଠୋର ପଦକ୍ଷେପ

 

ୱାଶିଂଟନ୍: ଆମେରିକା ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରି, ଆମେରିକାର ବାଣିଜ୍ୟ ଓ ଶିଳ୍ପ ନୀତିକୁ ଆଉ ଅଧିକ କଠୋର କରିଛନ୍ତି।

ପ୍ରଥମ ନିର୍ଦ୍ଦେଶ ଅନୁଯାୟୀ, ଭାରତ ସହିତ ବିଭିନ୍ନ ଦେଶରୁ ଆମେରିକାକୁ ଆସୁଥିବା ବ୍ରାଣ୍ଡେଡ୍ ଓ ପେଟେଣ୍ଟ ଔଷଧ ଉପରେ ୧୦୦% ଶୁଳ୍କ ଲାଗୁ କରାଯିବ। ଯେଉଁ କମ୍ପାନୀମାନେ ଆମେରିକାରେ ଉତ୍ପାଦନ କରୁନାହାଁନ୍ତି କିମ୍ବା ସରକାର ସହିତ ମୂଲ୍ୟ ଚୁକ୍ତି କରୁନାହାଁନ୍ତି, ସେମାନେ ଏହି ଉଚ୍ଚ ଶୁଳ୍କର ସମ୍ମୁଖୀନ ହେବେ।

ସରକାର କମ୍ପାନୀମାନଙ୍କୁ ଆଲୋଚନା ପାଇଁ ୧୨୦ରୁ ୧୮୦ ଦିନ ସମୟ ଦେଇଛି। ଯେଉଁ କମ୍ପାନୀ ଆମେରିକାରେ ଉତ୍ପାଦନ କରୁଛନ୍ତି କିନ୍ତୁ ଚୁକ୍ତି କରିନାହାଁନ୍ତି, ସେମାନଙ୍କୁ ପ୍ରଥମେ ୨୦% ଶୁଳ୍କ ଲାଗିବ ଏବଂ ଚାରି ବର୍ଷ ମଧ୍ୟରେ ଏହା ୧୦୦% କୁ ବଢ଼ିବ। ଟ୍ରମ୍ପ କହିଛନ୍ତି ଯେ, ବିଦେଶୀ ଔଷଧ ଓ ଏହାର ଉପାଦାନ ଉପରେ ଆମେରିକାର ଅଧିକ ନିର୍ଭରଶୀଳତାକୁ କମାଇବା ପାଇଁ ଏହି ପଦକ୍ଷେପ ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକ।

ଏହା ସହିତ, ଦ୍ୱିତୀୟ ନିର୍ଦ୍ଦେଶରେ ଇସ୍ପାତ, ଆଲୁମିନିୟମ ଓ ତମ୍ବା ଉପରେ ଶୁଳ୍କ ଗଠନକୁ ଅପଡେଟ୍ କରାଯାଇଛି। କେତେକ ମାମଲାରେ ଶୁଳ୍କ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି ଏବଂ ଉତ୍ପାଦରେ ଧାତୁର ଅଂଶ ଅନୁଯାୟୀ ୧୫ ପ୍ରତିଶତ ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେବ। ଏହି ନୂତନ ନୀତି ଉପରେ ସମାଲୋଚନା ମଧ୍ୟ ଆରମ୍ଭ ହୋଇଛି। PhRMAର ସିଇଓ ଷ୍ଟିଫେନ୍ ଜେ. ଉବ୍ଲ ଚେତାବନୀ ଦେଇଛନ୍ତି ଯେ, ଏହା ଔଷଧର ଦାମ ବଢ଼ାଇପାରେ ଏବଂ ଆମେରିକାର ନିବେଶକୁ ପ୍ରଭାବିତ କରିପାରେ। ବିଶେଷଜ୍ଞମାନଙ୍କ ମତରେ, ଏହା ଟ୍ରମ୍ପଙ୍କ ଜାରି ରହିଥିବା “ଆମେରିକା ଫାଷ୍ଟ” ବାଣିଜ୍ୟ ନୀତିର ଅଂଶ ଭାବେ ଦେଖାଯାଉଛି, ଯାହା ଦେଶୀୟ ଶିଳ୍ପକୁ ସୁରକ୍ଷା ଦେବା ସହ ଆନ୍ତର୍ଜାତୀୟ ବ୍ୟାପାରରେ ତିକ୍ତତା ବଢ଼ାଇପାରେ।

Show More

Related Articles

Back to top button