Breaking PLUSଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର
ନକଲି ସିଆଇଡି ଗିରଫ, ୮ ଜଣଙ୍କୁ ବାନ୍ଧିଲା ପୁଲିସ

ଚନ୍ଦ୍ରଶେଖରପୁରରେ ନକଲି ସିଆଇଡି ଚଳଚ୍ଚଳା କରୁଥିବା ଏକ ଗ୍ରୁପକୁ ଅସଲି ପୁଲିସ ଗିରଫ କରିଛି। ଏହି ଘଟଣାରେ ମୋଟ ୮ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନେ ନିଜକୁ ସିଆଇଡି ଅଧିକାରୀ ବୋଲି ପରିଚୟ ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଠକୁଥିଲେ। ସେମାନେ ଅନିୟମିତତା ଦେଖାଇ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଛି।
ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଟଙ୍କା ଆଦାୟ କରୁଥିବା ବେଳେ ପୁଲିସ ସୂଚନା ପାଇ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ସମସ୍ତଙ୍କୁ ଧରିବା ସହ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯାଇଛି। ପୁଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ଏବଂ ଏହି ଚକ୍ରରେ ଆଉ କିଏ କିଏ ଜଡିତ ଅଛନ୍ତି ତାହା ଖୋଜାଯାଉଛି।



