Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି

ଓଡ଼ିଶାର ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଘଟିଛି। କେନ୍ଦ୍ର ସରକାର ପକ୍ଷରୁ ଏହି ପ୍ରକଳ୍ପକୁ ଷ୍ଟେଜ୍-୧ ଅନୁମୋଦନ ମିଳିଛି।

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ଦିଆଯାଇଛି, ଯାହା ପ୍ରକଳ୍ପକୁ ଭୂମିସ୍ତରରେ କାର୍ଯ୍ୟରତ କରିବାରେ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।

ସୂଚନା ଅନୁଯାୟୀ, ପୁରୀ ଜଙ୍ଗଲ ବିଭାଗ ଅଧୀନରୁ ପ୍ରାୟ ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଏହି ବିମାନବନ୍ଦର ପାଇଁ ଯୋଗାଇ ଦିଆଯିବାକୁ ଅନୁମୋଦନ ମିଳିଛି।

ଏହି ଅନୁମୋଦନ ମାଧ୍ୟମରେ ଦୀର୍ଘଦିନ ଧରି ପ୍ରତୀକ୍ଷାରତ ଏହି ପ୍ରକଳ୍ପ ବାସ୍ତବ ରୂପ ନେବାର ଆଶା ବଢ଼ିଛି। ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ହେଲେ ପର୍ଯ୍ୟଟନ, ଆର୍ଥିକ କାର୍ଯ୍ୟକଳାପ ଓ ରୋଜଗାର ସୃଷ୍ଟିରେ ବଡ଼ ଭୂମିକା ନେବ ବୋଲି ଅନୁମାନ କରାଯାଉଛି।

Show More

Related Articles

Back to top button