Breaking PLUSଓଡ଼ିଶାମୁଖ୍ୟ ଖବର

କୋରାପୁଟରେ ଭୂକମ୍ପ ଝଟ୍‌କା ଅନୁଭୂତ

କୋରାପୁଟ-  କୋରାପୁଟ ଜିଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । କୋରାପୁଟ ଜିଲା ଏକାଧିକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି ।

ଗତକାଲି ରାତି 11ଟା 31 ମିନିଟ ସମୟରେ ସୁନାବେଡା, ସେମିଳିଗୁଡା, ଦାମନଯୋଡ଼ି, ମାଛକୁଣ୍ଡ, କୋରାପୁଟ, ଜୟପୁର ସମେତ ଗ୍ରାମାଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହା ସହ କିଛି ଶବ୍ଦ ଶୁଣିବାକୁ ମିଳିଥିଲା। ପ୍ରାୟ ୩ ସେକେଣ୍ଡ ଯାଏ ଥରିଥିଲା ପୂରା ଅଂଚଳ ।

ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ । ଏହାକୁ ନେଇ ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇଥିଲେ ।

Show More

Related Articles

Back to top button