Breaking PLUSଓଡ଼ିଶାମୁଖ୍ୟ ଖବର
ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ

ଭୁବନେଶ୍ୱର, ଏପ୍ରିଲ ୦୫-ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ । କଳାବଜାରୀଙ୍କ ଉପରେ ରହିଛି ନଜର୍। କଳାବଜାରୀକୁ ରୋକିବପାଇଁ ଇ-କେୱାଇସି କରିଛୁ । ଗ୍ୟାସ କଳାବଜାରୀ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି।
ଖୋଲା ବଜାରରେ ବନ୍ଦ ହେଲା ଗ୍ୟାସ ବିକ୍ରି । ଗ୍ୟାସ ବିକ୍ରି ନେଇ ଇକେୱାଇସି କରାଯିବ । କେବଳ ଯାହା ନାଁରେ କାର୍ଡ ଥିବ ଗ୍ୟାସ ଏଜେନ୍ସିରୁ ସେମାନେ ଗ୍ୟାସ ଟାଙ୍କି ନେଇ ପାରିବେ । ତେବେ ରାଜ୍ୟରେ ଏବେ ଗ୍ୟାସ ଓ ପେଟ୍ରୋଲର କୌଣସି ଅଭାବ ନ ଥିବା ବେଳେ କଳା ବଜାରୀ ହେଉ ନ ଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।



