Breaking PLUSଆଇନ କାନୁନମୁଖ୍ୟ ଖବର

ଓଡ଼ିଶାରେ ୧୦ ବର୍ଷ ଉର୍ଦ୍ଧ୍ବ ଯାନ ଚଳାଚଳ ନିଷେଧ

ପୁରୁଣା ବାହାର ରାଜ୍ୟ ଗାଡ଼ି ଉପରେ କଡା କଟକଣା

ରାଜ୍ୟର ପରିବହନ ବ୍ୟବସ୍ଥାକୁ ଆଧୁନିକ କରିବା ସହିତ ଯାତ୍ରୀ ସୁରକ୍ଷା ବଢ଼ାଇବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପରିବହନ ପ୍ରାଧିକରଣର ନିଷ୍ପତ୍ତିକୁ କଡାକଡି କାର୍ଯ୍ୟକାରୀ କରାଯାଉଛି।

୧୯ ଜୁଲାଇ ୨୦୨୩ରେ ହୋଇଥିବା ରାଜ୍ୟ ପରିବହନ ପ୍ରାଧିକରଣର ୩୦୧ତମ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ, ଅନ୍ୟ ରାଜ୍ୟରେ ପଞ୍ଜିକୃତ ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ିଗୁଡ଼ିକୁ ଓଡିଶା ମଧ୍ୟରେ ପ୍ରବେଶ ଓ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।

ନୂଆ ନିୟମ ଅନୁଯାୟୀ: ୧୦ ବର୍ଷ ଉର୍ଦ୍ଧ୍ବ ବାହାର ରାଜ୍ୟର ବାଣିଜ୍ୟିକ ଗାଡ଼ିକୁ ଓଡ଼ିଶାରେ ଚଳାଚଳ ପାଇଁ ନୂତନ ପରମିଟ୍ ଦିଆଯିବ ନାହିଁ। ଏହିପରି ଗାଡ଼ିର ଠିକଣା ପରିବର୍ତ୍ତନ, ମାଲିକାନା ହସ୍ତାନ୍ତର ଓ କର ଗ୍ରହଣ ବନ୍ଦ ରହିବ । ସମସ୍ତ RTO ଓ ARTO କାର୍ଯ୍ୟାଳୟକୁ ଏହାକୁ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ଏହି ପଦକ୍ଷେପ ମାଧ୍ୟମରେ ସଡ଼କ ସୁରକ୍ଷାରେ ସୁଧାର ଆଣିବା ସହିତ ପୁରୁଣା ଓ ଅନୁପଯୁକ୍ତ ଯାନର ଚଳାଚଳ କମାଇବା ଲକ୍ଷ୍ୟ ରହିଛି। ଏହା ସହିତ ପୁରୁଣା ଗାଡ଼ିରୁ ସୃଷ୍ଟି ହେଉଥିବା ପ୍ରଦୂଷଣକୁ ମଧ୍ୟ ହ୍ରାସ କରିବା ଉଦ୍ଦେଶ୍ୟ ରହିଛି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ସୁରକ୍ଷିତ ଓ ପରିବେଶ-ମିତ୍ର ପରିବହନ ବ୍ୟବସ୍ଥା ଗଠନରେ ଆଗକୁ ଏକ ମୁଖ୍ୟ ପଦକ୍ଷେପ ବୋଲି ମନେ କରାଯାଉଛି।

 

Show More

Related Articles

Back to top button