Breaking PLUSଓଡ଼ିଶାମୁଖ୍ୟ ଖବର
ସ୍ବାମୀ-ସ୍ତ୍ରୀ ଚେନ୍ ଲୁଟେରା ଗ୍ୟାଙ୍ଗ୍କୁ ଧରିଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର, 7 ଏପ୍ରିଲ- ସ୍ବାମୀ-ସ୍ତ୍ରୀ ଚେନ୍ ଲୁଟେରା ଗ୍ୟାଙ୍ଗ୍କୁ ଧରିଲା କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ଲୁଟ ସୁନା ଗହଣା ଏବଂ କାର ଜବତ ହୋଇଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ସ୍ନାଚିଂ କରୁଥିବା ତଦନ୍ତ ସମୟରେ ଜାଣିବାକୁ ପାଇଛି ପୋଲିସ ।
ପ୍ରେସ୍ମିଟ୍ରେ ଏନେଇ ତଥ୍ୟ ରଖିଛନ୍ତି ପୋଲିସ କମିଶନର । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଚେନ୍ ଲୁଟ୍ କରୁଥିଲା ସ୍ବାମୀ । ଏହି ଚେନ୍ ଲୁଟ୍ରେ ସହଯୋଗ କରୁଥିଲେ ସ୍ତ୍ରୀ । ଚେନ୍ ଲୁଟ୍ ପରେ ଅଧବାଟରୁ ସ୍ତ୍ରୀକୁ ବାଇକ୍ରେ ବସାଇ ଖସି ଯାଉଥିଲେ । କାଳେ ପୋଲିସ ସନ୍ଦେହ କରିବ, ଏଥିପାଇଁ ସ୍ତ୍ରୀକୁ ସାଥିରେ ନେଉଥିଲେ ।ମଝିରେ ଲୁଟ୍ ଛାଡ଼ି ପାନ ଦୋକାନ କରି ୧୦ ବର୍ଷ ଚଳୁଥିଲେ । ମାତ୍ର ପୁଣି ଥରେ ଗତ ଡିସେମ୍ବରରୁ ୯ଟି ଚେନ୍ ଲୁଟି ଧରାପଡ଼ିଥିବା ସିପି କହିଛନ୍ତି ।



