ଏପ୍ରିଲ ୩୦ ସୁଦ୍ଧା ସାଲିଆ ସାହି ନିକଟ ସମାନ୍ତରାଳ ରାସ୍ତା ଖୋଲିବ

ଭୁବନେଶ୍ୱର, 7 ଏପ୍ରିଲ- ଏପ୍ରିଲ ୩୦ ସୁଦ୍ଧା ସାଲିଆ ସାହି ନିକଟ ସମାନ୍ତରାଳ ରାସ୍ତା ଖୋଲିବ । ନିର୍ମାଣାଧୀନ କାର୍ଯ୍ୟର ସମୀକ୍ଷା ପରେ ‘ଏକ୍ସ’ରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି ।
ଆଜି ନୟାପଲ୍ଲୀ ସାଲିଆ ସାହି ନିକଟରେ ନିର୍ମାଣାଧୀନ ସମାନ୍ତରାଳ ରାସ୍ତା କାର୍ଯ୍ୟର ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ । ଏହି ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରି ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ସହରରେ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏହି ରାସ୍ତା ଏକ ମୁଖ୍ୟ ମାଧ୍ୟମ ସାଜିବ ଏବଂ ଯାତାୟାତକୁ ଅଧିକ ସହଜ ଓ ସୁଗମ କରିବ। ଏହାଦ୍ୱାରା CRPF ଛକ, ଉତ୍କଳ ହସ୍ପିଟାଲ, ଇନଫୋସିସ୍ ଓ କିମ୍ସ୍ , କିଟ୍ ଅଞ୍ଚଳକୁ ଯୋଗାଯୋଗ ବହୁତ ସହଜ ହୋଇପାରିବ।
ଏହି ଅବସରରେ ସର୍ବୋଚ୍ଚ ଯନ୍ତ୍ରୀ (ରାସ୍ତା) ଇଂ. ଧ୍ୟାନଚାନ୍ଦ ନାୟକ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ମନୋଜ ମହାନନ୍ଦ, ଅଧୀକ୍ଷଣ ଯନ୍ତ୍ରୀ (ରାସ୍ତା ଓ ଗୃହ, ଡିଭିଜନ-୩) ଇଂ. ନରେନ୍ଦ୍ର କୁମାର ଘଡେଇ ଏବଂ ବିଭାଗୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।



