ଓଡ଼ିଶାମୁଖ୍ୟ ଖବର

ନିରାକାରପୁର ଷ୍ଟେସନରୁ ୪ ମାସର ଶିଶୁ ଚୋରି

 

ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେସନରୁ ୪ ମାସର ଶିଶୁପୁତ୍ର ଚୋରି ହୋଇଥିବା ଘଟଣା ଆସିଛି ସାମ୍ନାକୁ। ଏନେଇ ନିରାକାରପୁର ରେଳବାଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଛି।

ସୂଚନା ଅନୁସାରେ, ସ୍ୱାମୀ-ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ବେଳେ, ମା’ର କୋଳରୁ ଶିଶୁଟିକୁ ଅଜଣା ଦୁର୍ବୃତ୍ତ ଚୋରି କରି ନେଇଥିଲେ। ଘଟଣା ପରେ ପରିବାର ଲୋକେ ତୁରନ୍ତ ପୁଲିସ୍‌ଙ୍କୁ ଜଣାଇଥିଲେ।

ଅଭିଯୋଗ ଆଧାରରେ ରେଳବାଇ ଜିଆରପି ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସହିତେ, ଷ୍ଟେସନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି ଏବଂ ଶିଶୁଟିଙ୍କୁ ଖୋଜିବା ପାଇଁ ଚେଷ୍ଟା ଜାରି ରହିଛି।

Show More

Related Articles

Back to top button