
ଟ୍ୱିନସିଟି ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ନେଇ କଂଗ୍ରେସ ସରକାରଙ୍କୁ କଟୁ ସମାଲୋଚନା କରିଛି। ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାର ସହ ରେଳମନ୍ତ୍ରୀଙ୍କୁ ଏନେଇ ସ୍ପଷ୍ଟୀକରଣ ମାଗିଛି।
ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ୟାସିର ନୱାଜ କହିଛନ୍ତି, ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ସରକାର ପରେ ଭୁଲିଯାଉଛି। ପୂର୍ବରୁ ମେଟ୍ରୋ ପ୍ରକଳ୍ପର ଆବଶ୍ୟକତା ଦର୍ଶାଇ ଏହାର କାମ ଆରମ୍ଭ ହୋଇଥିଲା ଓ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ସର୍ଭେ ମଧ୍ୟ କରାଯାଇଥିଲା। ଏହା ପାଇଁ ଲୋକଙ୍କ ଟିକସ ଟଙ୍କା ବ୍ୟୟ ହୋଇଥିବା ସତ୍ତ୍ୱେ, ବର୍ତ୍ତମାନ ସରକାର ଏହାକୁ ଅପ୍ରୟୋଜନୀୟ କହିବା ଦୁଃଖଜନକ ବୋଲି ସେ ଅଭିଯୋଗ କରିଛନ୍ତି।
ସରକାର ୭ ଦିନ ମଧ୍ୟରେ ପୁନର୍ବିଚାର କରି ସମାଧାନ ନ କଲେ, ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ୟାସିର ଚେତାବନୀ ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ମିଡିଆ ସେଲ୍ ଅଧ୍ୟକ୍ଷ ସୁଦିପ ସାମଲ, ସମ୍ପାଦକ ଗୋପନ ମାର୍ଥା ଓ ଜାଭେଦ ଅଖତର ଉପସ୍ଥିତ ଥିଲେ।



