ପାଣିପାଗମୁଖ୍ୟ ଖବର

୧୧ ଯାଏ ଓଡ଼ିଶାରେ କାଳବୈଶାଖୀର ତଣ୍ଡବ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ

 

ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବୁଧବାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା, ଝଡ଼ପବନ ଓ କୁଆପଥର ମାଡ଼ ଦେଖିବାକୁ ମିଳିଛି। କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ଅନେକ ଅଞ୍ଚଳରେ ୫୦ରୁ ୬୦ କିମି ବେଗରେ ପବନ ବହିଥିଲା।

ପାଣିପାଗ ବିଭାଗ ଅନୁସାରେ, ଗୁରୁବାର ମଧ୍ୟ ରାଜ୍ୟରେ କାଳବୈଶାଖୀର ଭୟ ଜାରି ରହିବ। କୁଆପଥର ବର୍ଷା ଓ ଝଡ଼ପବନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି।

ଏହାସହିତକେନ୍ଦ୍ରପଡ଼ା, ଜଗତ୍‌ସିଂପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ସହ ଅନ୍ୟାନ୍ୟ ଜିଲ୍ଲାକୁ ୟେଲୋ ୱାର୍ନିଂ ଦିଆଯାଇଛି।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା ଜାରି ରହିବ। ଏହାପରେ ତିନି ଦିନ ଧରି ତାପମାତ୍ରା ବଢ଼ି ଗୁଳୁଗୁଳି ଅବସ୍ଥା ସୃଷ୍ଟି ହେବାର ସମ୍ଭାବନା ରହିଛି। ସରକାର ଓ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ଓ ଅପରିହାର୍ଯ୍ୟ ନହେଲେ ବାହାରକୁ ନଯିବାକୁ ସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

Show More

Related Articles

Back to top button