Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
୧୭ ତାରିଖ ବିଜୁ ଶ୍ରାଦ୍ଧ ଦିବସରେ ଗଠନ ହେବ ଓଡ଼ିଶା ନାଗରିକ ମଞ୍ଚ

ଭୁବନେଶ୍ୱର- ୧୭ ତାରିଖ ବିଜୁ ଶ୍ରାଦ୍ଧ ଦିବସରେ ଗଠନ ହେବ ଓଡ଼ିଶା ନାଗରିକ ମଞ୍ଚ । ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ, ଆମେ ଓଡ଼ିଶାକୁ ଭଲ ପାଉଥିବା ବ୍ୟକ୍ତି ଓଡ଼ିଶା ନାଗରିକ ମଞ୍ଚ ଗଠନ ପାଇଁ ନିଷ୍ପତ୍ତି ନେଇଛୁ । ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନକୁ ସୁରକ୍ଷିତ କରିବାକୁ ମଞ୍ଚ ଗଠନ ହେବ । ଆମେ ଚାହୁଁ ଓଡ଼ିଶାର ରାଜନୀତି ସମୃଦ୍ଧ ଓ ସୁସ୍ଥ ହେଉ ।
ବିଜୁ ଲିଗାସୀକୁ ନେଇ ନବୀନ ପଟ୍ଟନାୟକଙ୍କୁ ସୌମ୍ୟ କଟାକ୍ଷ କରିଛନ୍ତି । ବିଜୁ ଲିଗାସୀ କାହାର କଣ ଜାଗିଦାରୀ କି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।ପୁଅମାନେ କଣ କେବଳ ଲିଗାସୀ ନେବେ ଆଉ କେହି ହୋଇ ପାରିବେ ନାହିଁ । ଆମେ କାହିଁ ବିଜୁ ଲିଗାସୀକୁ ଚୋରି କରିବାକୁ ଉଦ୍ୟମ କରିବୁ ।ବିଜୁଙ୍କୁ ନେଇ ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ଦୂରେଇ ରୁହନ୍ତୁ ।



