ମୁଖ୍ୟ ଖବରଶିକ୍ଷା

ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ହେଲେ ପ୍ରଫେସର ଅସୀମା ସାହୁ

 

ବ୍ରହ୍ମପୁର: ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର ତୃତୀୟ କୁଳପତି ଭାବେ ପ୍ରଫେସର ଅସୀମା ସାହୁ ଆଜି ଅନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହି ଅବସରରେ ପୂର୍ବରୁ ଦାୟିତ୍ୱରେ ଥିବା ଗୀତାଞ୍ଜଳି ଦାସ ନୂତନ କୁଳପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ପ୍ରଫେସର ଅସୀମା ସାହୁ ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାପିତ ହରିହର ମର୍ଦ୍ଦରାଜ ଏବଂ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ନୂତନ କୁଳପତିଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।

ଦାୟିତ୍ୱ ଗ୍ରହଣ ପରେ ପ୍ରଫେସର ଅସୀମା ସାହୁ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀଗୁଡିକୁ ଶୀଘ୍ର ପୂରଣ କରାଯିବ ଏବଂ ବନ୍ଦ ହୋଇଥିବା ବିଭାଗଗୁଡିକର ପୁନଃସ୍ଥାପନ ପାଇଁ ପଦକ୍ଷେପ ନିଆଯିବ। ସେ ଆହୁରି କହିଛନ୍ତି ଯେ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହିତ ସିଧାସଳଖ ଆଲୋଚନା କରି ବିଶ୍ୱବିଦ୍ୟାଳୟର ସମସ୍ୟାଗୁଡିକର ସମାଧାନ କରାଯିବ।

ସୂଚନାଯୋଗ୍ୟ ଯେ, ଏକକ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ପ୍ରଥମ କୁଳପତି ଭାବେ ପ୍ରଫୁଲ୍ଲ କୁମାର ମହାନ୍ତି ୦୧.୦୮.୨୦୨୧ ଠାରୁ ୩୧.୦୧.୨୦୨୪ ପର୍ଯ୍ୟନ୍ତ ଦାୟିତ୍ୱ ନିଭାଇଥିଲେ। ପରେ ଗୀତାଞ୍ଜଳି ଦାସ ୩୧.୦୧.୨୦୨୪ ଠାରୁ ୦୧.୦୪.୨୦୨୬ ପର୍ଯ୍ୟନ୍ତ ଅତିରିକ୍ତ ଦାୟିତ୍ୱରେ ଥିଲେ।

ଏବେ Ravenshaw Universityର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଥିବା ପ୍ରଫେସର ଅସୀମା ସାହୁ ନୂତନ କୁଳପତି ଭାବେ ଦାୟିତ୍ୱ ନେଇ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ନୂତନ ଦିଗ ଦେବେ ବୋଲି ଆଶା କରାଯାଉଛି।

Show More

Related Articles

Back to top button