ଅପରାଧମୁଖ୍ୟ ଖବର

ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ଦୋଷୀଙ୍କୁ ଫାଶୀ ଦଣ୍ଡ

ଅନୁଗୁଳ ପୋକ୍ସୋ କୋର୍ଟର ବଡ ରାୟ

 

ଅନୁଗୁଳ: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନୁଗୁଳର ପୋକ୍ସୋ କୋର୍ଟ ଶୁକ୍ରବାର ଏକ କଠୋର ରାୟ ଦେଇଛନ୍ତି। ଏହି ମାମଲାର ଦୋଷୀ ବାବୁଲା ଜେନାଙ୍କୁ ଅଦାଲତ ଫାଶୀ ଦଣ୍ଡ ଶୁଣାଇଛନ୍ତି।

ଅଦାଲତରେ ଡିଏନଏ ରିପୋର୍ଟ, ଫରେନ୍ସିକ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କ ଦୋଷ ସ୍ପଷ୍ଟ ହୋଇଥିଲା। ସମସ୍ତ ପ୍ରମାଣ ତାଙ୍କ ବିରୋଧରେ ଥିବାରୁ ଅଦାଲତ ଏହି କଠୋର ଶାସ୍ତି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୫ ମାର୍ଚ୍ଚ ୧୪ରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପ୍ରାୟ ୪ ବର୍ଷ ୧୦ ମାସର ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ହତ୍ୟା କରିଥିବା ଅଭିଯୋଗ ପ୍ରମାଣିତ ହୋଇଥିଲା।

ଏହି ଘଟଣା ସମୟରେ ସାରା ଅଞ୍ଚଳରେ ଭୟ ଓ ଆକ୍ରୋଶର ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଅଦାଲତର ଏହି ରାୟ ପରେ ପୀଡ଼ିତ ପରିବାରକୁ ନ୍ୟାୟ ମିଳିଥିବା ବୋଲି ମନେ କରାଯାଉଛି।

Show More

Related Articles

Back to top button