Breaking PLUSଓଡ଼ିଶାମୁଖ୍ୟ ଖବର

ହର୍ମୁଜ୍ ସମୁଦ୍ରସଙ୍କୁଳରୁ ଫେରିଲେ ଓଡ଼ିଆ ମେରାଇନ ଇଞ୍ଜିନିୟର, ପରିବାରରେ ଖୁସିର ଲହରୀ

ପଶ୍ଚିମ ଏସିଆର ତିବ୍ର ସଂକଟମୟ ପରିସ୍ଥିତି ମଧ୍ୟରେ ହର୍ମୁଜ୍ ସମୁଦ୍ରସଙ୍କୁଳରେ ଅଟକି ପଡ଼ିଥିବା ଓଡ଼ିଆ ମେରାଇନ ଇଞ୍ଜିନିୟର ଅଶୋକ କୁମାର ଦିକ୍ଷିତ ୩୬ ଦିନର ଦୁର୍ଭୋଗ ପରେ ଶନିବାର ସନ୍ଧ୍ୟାରେ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରିଆସିଛନ୍ତି। ଏଲପିଜି ବୋଝେଇ ଭାରତମୁଖୀ ଜାହାଜରେ ଚିଫ୍ ଅଫିସର ଭାବେ କାମ କରୁଥିବା ସେ, ଅଞ୍ଚଳୀୟ ସଂଘର୍ଷ ଯୋଗୁ ସମୁଦ୍ର ଯାତାୟାତ ବାଧାପ୍ରାପ୍ତ ହେବାରୁ ଅନ୍ୟ ଭାରତୀୟ ନାବିକମାନଙ୍କ ସହିତ ଅଟକି ରହିଥିଲେ।
ଏହି ସମୟରେ ଜାହାଜ ଚାରିପାଖରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା, ମିସାଇଲ୍ ଉଡ଼ିଯାଉଥିବା ଓ ପାଖାପାଖି ଜାହାଜମାନେ ଆକ୍ରମଣର ସମ୍ଭାବନାରେ ରହିଥିବା କଥା ସେ କହିଛନ୍ତି। ଏପରି ସଂକଟ ସମୟରେ ଭାରତ ସରକାର ଓ ଭାରତୀୟ ନୌସେନାଙ୍କ ସମନ୍ୱୟରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ଭୁବନେଶ୍ୱର ପହଞ୍ଚିବା ପରେ ସେ ନିଜ ପରିବାର ସହ ଭାବବିହ୍ୱଳ ହୋଇପଡିଥିଲେ ଓ ଶ୍ରୀଜଗନ୍ନାଥଙ୍କ କୃପା, ଓଡ଼ିଶାବାସୀଙ୍କ ପ୍ରାର୍ଥନା ଓ ଶୁଭେଚ୍ଛୁମାନଙ୍କ ଆଶୀର୍ବାଦ,ତାଙ୍କ ସୁରକ୍ଷିତ ଫେରାର ମୂଳ କାରଣ ବୋଲି କହିଥିଲେ।
ସେ ଭାରତୀୟ ନୌସେନା ଓ ସରକାରଙ୍କ ପ୍ରତି ଆଭାର ବ୍ୟକ୍ତ କରି କହିଥିଲେ ଯେ, ଏହି ଉଦ୍ଧାର କାର୍ଯ୍ୟ ବହୁତ ପେଶାଦାରୀ ଭାବେ ସଂପନ୍ନ ହୋଇଥିଲା। ଦୀର୍ଘ ସମୟ ଧରି ତାଙ୍କ ଫେରାକୁ ଅପେକ୍ଷା କରିଥିବା ପରିବାର ସଦସ୍ୟମାନଙ୍କ ମଧ୍ୟରେ ଅତ୍ୟନ୍ତ ଖୁସି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି।

Show More

Related Articles

Back to top button