Breaking PLUSଓଡ଼ିଶାମୁଖ୍ୟ ଖବର

ନାରୀ ଅଧିକାର ପାଇଁ 7 ସୁତ୍ରି କହିଲେ ପ୍ରଭାତି ପରିଡା, ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ଶସକ୍ତିକରଣ, ସ୍ବାବଲମ୍ବନ ଏବଂ ସମ୍ମାନଜନକ ନେତୃତ୍ବ

ନାରୀ ଶକ୍ତି ବନ୍ଦନ : ସଶକ୍ତ ନାରୀ, ସଶକ୍ତ ଭାରତ-ତିନିଦିନ ୨୫ ବର୍ଷର ଅମୃତ କାଳର ଅମୃତ ବେଳା : ପ୍ରଭାତୀ ପରିଡା

ଭୁବନେଶ୍ୱର- ସଂସଦରେ ଚଳିତ ମାସ ୧୬ ରୁ ୧୮ ଐତିହାସିକ ଆଲୋଚନା ଏବଂ ଏହାର ପୂର୍ବଦିନ ଗୁଡ଼ିକରେ ଓଡ଼ିଶାର ମାତୃଶକ୍ତି ଏହି ଐତିହାସିକ ଦିନଗୁଡ଼ିକୁ ଉତ୍ସବ ରୂପରେ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆହ୍ବାନ କରିଛନ୍ତି | ଘରେ ବସି ୯୬୬୭୧୭୩୩୩୩ ନମ୍ବରରେ ମିସ୍ କଲ ମାଧ୍ୟମରେ ଏହି ଅଧୁନିୟମକୁ ସମର୍ଥନ ରାଲି, ଶୋଭାଯାତ୍ରା ଓ ସଭା ମାଧ୍ଯମରେ ନାରୀଶକ୍ତିର ବିଜୟର ଏହି ମହାନ ଦିନଗୁଡ଼ିକୁ ଆହୁରି ସ୍ମରଣୀୟ କରିବାକୁ ଆହ୍ୱାନ ଜଣାଇଛନ୍ତି | ରାଜ୍ୟର ମାତୃଶକ୍ତି ସମାଜିକ ଗଣମାଧ୍ୟମରେ ନିଜ ସମର୍ଥନ ଜାହିର କରି ନିଜେ ମହିଳା ହେବାର ଗର୍ବକୁ ଆହୁରି ସଗର୍ବେ ପରିପ୍ରକାଶ କରିବାକୁ ଆହ୍ୱାନ ଜଣାଇଛନ୍ତି ।

୩୩ ପ୍ରତିଶତ ମହିଳା ସଂରକ୍ଷଣର କ୍ରିୟାନ୍ବୟନ ନିର୍ଣ୍ଣୟ ପ୍ରକ୍ରିୟାରୁ ଦୂରରେ ଥ‌ିବା ଜନସଂଖ୍ୟାର ୫୦ ପ୍ରତିଶତ ମହିଳାଙ୍କୁ ନୀତିର ହିତାଧିକାରୀରୁ ନୀତିର ନିର୍ମାତା ହେବାର ପଥ ପ୍ରଶସ୍ତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମହିଳା ମୋଦୀ ଶାସନର ପ୍ରାଣକେନ୍ଦ୍ର | ଗର୍ଭବତୀ ମହିଳାଙ୍କ ପାଇଁ ମାତୃବନ୍ଦନା ହେଉ ବା ପିଏମ ପୋଷଣ, ସୁରକ୍ଷିତ ମାତୃତ୍ଵ ଅଭିଯାନ, ସକ୍ଷମ ଅଙ୍ଗନବାଡ଼ି, ମିଶନ ଇନ୍ଦ୍ରଧନୁଷ, ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଆଦି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ନାରୀଶକ୍ତି ପାଇଁ ଅଖଣ୍ଡ ନିଷ୍ଠାର ପରିଚାୟକ | ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ମହିଳାଙ୍କ ମାଲିକାନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନରେ ଘରେ ଘରେ ପାଇପ ଯୋଗେ ପାନୀୟ ଜଳ, ଜନଧନ ଯୋଜନାରେ ବ୍ୟାଙ୍କ ଖାତା, ସ୍ଵୟଂ ସହାୟକ ଗୋଷ୍ଠୀରୁ ଲକ୍ଷପତି ଦିଦି, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ମହିଳା ସ୍ବାଭିମାନ ଓ ସଶକ୍ତିକରଣର ସୁଦୃଢ଼ ମୂଳଦୁଆ ଉପରେ ମାତୃଶକ୍ତି ବନ୍ଦନ ଅନୟମର ୩୩ ପ୍ରତିଶତ ମହିଳା ସ୍ଥାନ ସଂରକ୍ଷଣର ସୁଦୃଶ୍ୟ ଅଟାଳିକା ଠିଆ ହେବାକୁ ଯାଉଛି | ଏହି କ୍ରମରେ ମୋଦୀଙ୍କ ମାର୍ଗ ଦର୍ଶନରେ ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣର ପଥ ପ୍ରଦର୍ଶକ ହୋଇଛି ।

 

Show More

Related Articles

Back to top button