ମୁଖ୍ୟ ଖବରରାଜନୀତି

ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ

 

ବିଜେପି ଆଗାମୀ ସ୍ୱତନ୍ତ୍ର ସଂସଦ ଅଧିବେଶନକୁ ନେଇ ଏହାର ସମସ୍ତ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଦଳ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ୩ ଦିନିଆ ହ୍ୱିପ୍ ଜାରି କରିଛି।

୧୬ ଏପ୍ରିଲରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଛି। ଏହି ସମୟ ମଧ୍ୟରେ କୌଣସି ସାଂସଦ କିମ୍ବା କେନ୍ଦ୍ରମନ୍ତ୍ରୀଙ୍କୁ ଛୁଟି ଦିଆଯିବ ନାହିଁ ବୋଲି ଦଳ ସ୍ପଷ୍ଟ କରିଛି।

ସମସ୍ତ ସଦସ୍ୟଙ୍କୁ ଗୃହରେ ନିୟମିତ ଉପସ୍ଥିତି ସହିତ ସଂସଦୀୟ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବାକୁ କୁହାଯାଇଛି।

ସୂତ୍ର ଅନୁଯାୟୀ, ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ଐତିହାସିକ ବିଲ୍‌ ଉପରେ ବ୍ୟାପକ ବିତର୍କ ଓ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ହେଉଛି ସରକାରଙ୍କ ଲକ୍ଷ୍ୟ।

Show More

Related Articles

Back to top button