Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ୍‌ ଜନଗଣନା

ଭୁବନେଶ୍ୱର, 16 ଏପ୍ରିଲ- ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ୍‌ ଜନଗଣନା  । ଘର ଘର ବୁଲି ଜନଗଣନା କରିବେ ୯୦ ହଜାର ୨୦୦ ଅଧିକାରୀ ।

ଏଥିପାଇଁ ୧୫,୧୪୦ ସୁପରଭାଇଜର୍ ନିଯୁକ୍ତ ଥିବା ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି । ପ୍ରତି ଜନଗଣନା ଅଧିକାରୀ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜଣେ ଅଧିକାରୀଙ୍କୁ ୨୦୦ରୁ ୨୨୦ଟି ଘର ଗଣତି କରିବାକୁ ହେବ । ଘର ଗଣିବା ସହ ନମ୍ବରିଂ କରିବେ ଓ ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ କରିବେ ଅଧିକାରୀ  । ଏପ୍ରିଲ ୧୬ରୁ ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜିଟାଲ୍‌ ଜନଗଣନା ।

Show More

Related Articles

Back to top button