Breaking PLUSଓଡ଼ିଶାମୁଖ୍ୟ ଖବର
ବିଜୁ ତିରୋଧାନ ଦିବସରେ ଏକାଠି ହେଲେ ବିଜୁ ଲିଗାସୀ ନେତା

ଭୁବନେଶ୍ୱର, 17 ଏପ୍ରିଲ- ଆଜି ବୀଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି । ବିଜୁ ତିରୋଧାନ ଦିବସରେ ଏକାଠି ହୋଇଛନ୍ତି ବିଜୁ ଲିଗାସୀ ନେତା । ଦିଲୀପ ରାୟ, ବିଜୟ ମହାପାତ୍ର, ସୌମ୍ୟ ପଟ୍ଟନାୟକ, ଅମର ଶତପଥୀ ଓ ପ୍ରଭାତ ତ୍ରିପାଠୀଙ୍କ ଭଳି ବରିଷ୍ଠ ରାଜନେତା ନେଇଛନ୍ତି ଅଗ୍ରଣୀ ଭୂମିକା ।
ବିଜୁ ଅନୁଗତ ଓ ବିଜୁ ପ୍ରେମୀ ଏକାଠି ହୋଇ ପାଳୁଛନ୍ତି ତିରୋଧାନ ଦିବସ । ବିଜୁ ଲିଗାସିକୁ ଆଗକୁ ନେବାକୁ ବିଜୁ ଅନୁଗତ ପ୍ରସ୍ତୁତି କରିଛନ୍ତି । ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ଉପସ୍ଥିତ ଅଛନ୍ତି ।
ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ୍, ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଅଛନ୍ତି । ଏନ ଭାସ୍କର ରାଓ, ଲାଲ ବିହାରୀ ହିମିରିକା ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି ।



