Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ପୁରୀରେ ପ୍ରଥମ ଅନ୍ତର୍ଜାତୀୟ ବ୍ରିକ୍ସ ସମ୍ମିଳନୀ

ପୁୁରୀ : ପୁରୀରେ ପ୍ରଥମ ଅନ୍ତର୍ଜାତୀୟ ବ୍ରିକ୍ସ ସମ୍ମିଳନୀ ବୁଧବାର ଠାରୁ ତିନିଦିନ ଧରି ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ୧୧ ରାଷ୍ଟ୍ରର ପ୍ରତିନିଧି ମଙ୍ଗଳବାର ରାତି ସୁଦ୍ଧା ସିପସରୁବାଲିର ଏକ ତାରକା ହୋଟେଲରେ ଆସି ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀ ଉଦ୍‌ଘାଟନ କରିବେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ରହିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷକୁ ଏହି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ ଦାୟିତ୍ବ ଦିଆଯାଇଛି।

Show More

Related Articles

Back to top button