Breaking PLUSଓଡ଼ିଶାମୁଖ୍ୟ ଖବର

ଗ୍ରୀଷ୍ମ ପ୍ରବାହ ପାଇଁ ଝାରସୁଗୁଡା ଓ ସମ୍ବଲପୁରରେ ସ୍କୁଲ ଛୁଟି

ଭୁବନେଶ୍ୱର, 18 ଏପ୍ରିଲ- ଗ୍ରୀଷ୍ମ ପ୍ରବାହ ପାଇଁ ସମ୍ବଲପୁର ଓ ଝାରସୁଗୁଡାରେ ସ୍କୁଲ ଛୁଟି ଘୋଷଣା ହୋଇଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଝାରସୁଗୁଡ଼ାରେ ୨୦ରୁ ୨୩ ସ୍କୁଲ୍‌ ଛୁଟି ରହିବ । ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ୍‌  । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ DEOଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି ।

ସମ୍ବଲପୁରରେ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ରହିବ ।

Show More

Related Articles

Back to top button