Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ଆକାଉଣ୍ଟକୁ ଗଲା ‘ସିଏମ୍ କିଷାନ’

ଭୁବନେଶ୍ୱର, ୨୦ ଏପ୍ରିଲ – ଆଜି ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ। ଏହି ପବିତ୍ର ତିଥିରେ କଟକ ବିଦ୍ୟାଧରପୁର ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ଶୁଭ ଅକ୍ଷିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ କୃଷି ସଂସ୍କୃତିର ପ୍ରତୀକ ଏହି ମହାନ ପର୍ବ କୃଷକମାନଙ୍କ ଜୀବନରେ ନୂତନ ଆଶା ଓ ଉନ୍ନତିର ବାର୍ତ୍ତା ନେଇ ଆସୁ। ଓଡ଼ିଶାର କୃଷକମାନଙ୍କ ମୁହଁରେ ହସ ଫୁଟାଇବା ଏବଂ କୃଷିର ସର୍ବାଙ୍ଗୀନ ବିକାଶ କରିବା ଆମ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ।

ଚଳିତ ବର୍ଷ ଭଲ ଫସଲ ହେବା ସହ ରାଜ୍ୟର ଅନ୍ନଦାତା ସମୃଦ୍ଧ ହୁଅନ୍ତୁ, ଏହା ହିଁ ମହାପ୍ରଭୁଙ୍କ ନିକଟରେ  କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରଠାରେ ଆୟୋଜିତ କୃଷି ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି।

ଏହି ଅବସରରେ ରାଜ୍ୟର ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଆକାଉଣ୍ଟକୁ ‘ସିଏମ୍ କିଷାନ’ ସହାୟତା ରାଶି ପ୍ରଦାନ କରାଯାଇଛି।

କଟକରେ ରାଜ୍ୟସ୍ତରୀୟ କୃଷକ ଦିବସରେ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ।  ମୋଟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ବଣ୍ଟନ କରାଗଲା । ୪୧ ଲକ୍ଷ ୨୭ ହଜାର ୫୩୩ କ୍ଷୁଦ୍ର ଓ ୪୧ ହଜାର ୪୯ ଭୂମିହୀନ ଚାଷୀ ଉପକୃତ ହେବେ ।

Show More

Related Articles

Back to top button