ଓଡ଼ିଶାମୁଖ୍ୟ ଖବର

ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଜନଗଣନା କାମରେ ଯାଇଥିବା ଜଣେ ଶିକ୍ଷୟିତ୍ରୀ ନିଖୋଜ ହୋଇଯାଇଥିବା ଖବର ମିଳିଛି, ଯାହାକୁ ନେଇ ଜିଲ୍ଲାରେ ଉତ୍କଣ୍ଠା ସୃଷ୍ଟି ହୋଇଛି।

ନିଖୋଜ ଶିକ୍ଷୟିତ୍ରୀ ହେଲେ ଜ୍ୟୋତ୍ସ୍ନାରାଣୀ ସାହୁ, ଯିଏ ବାରିପଦା ବ୍ଲକ ଅଧୀନ ଢେଙ୍କିନେଞ୍ଜିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ। ସେ ଗତକାଲି ଜନଗଣନା କାମ ପାଇଁ ବାହାରିଥିବାବେଳେ ଏପର୍ଯ୍ୟନ୍ତ ଘରକୁ ଫେରିନାହାନ୍ତି। ତାଙ୍କ ମୋବାଇଲ୍ ଫୋନ୍‌ ମଧ୍ୟ ଗତକାଲିଠାରୁ ବନ୍ଦ ରହିଛି।

ଘଟଣାକୁ ଗୁରୁତ୍ୱର ସହ ନେଇ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ କୋ-ଅର୍ଡିନେସନ୍ କମିଟି ପକ୍ଷରୁ ବାରିପଦା ସଦର ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ଶିକ୍ଷୟିତ୍ରୀଙ୍କୁ ଖୋଜିବା ପାଇଁ ମୋବାଇଲ୍ ଟ୍ରାକିଂ ଆରମ୍ଭ କରିଛି ଏବଂ ବିଭିନ୍ନ ଦିଗରୁ ତଦନ୍ତ ଚାଲାଉଛି।

ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ବାରିପଦା ବିଇଓ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ପରେ ଡିଇଓ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି। ବର୍ତ୍ତମାନ ପ୍ରଶାସନ ଓ ପୁଲିସ୍‌ ଏକାଠି ହୋଇ ତତ୍ପରତା ସହ ଶିକ୍ଷୟିତ୍ରୀଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛନ୍ତି।

Show More

Related Articles

Back to top button