Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ 25 ଯାଏ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର, 22 ଏପ୍ରିଲ- ରାଜ୍ୟରେ ଡହଡହ ଖରା । ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜୀବନଯାତ୍ରା । ସକାଳ 8ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି ।
୧୧ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପଶ୍ଚିମ ଓଡି଼ଶାର କିଛି ଜିଲାରେ ୪୦ ଡିଗ୍ରୀ ପାର କରିବ ପାରଦ। ଗତକାଲି ୪୦ ଡିଗ୍ରୀ ଉପରେ ୧୮ ସହରର ପାରଦ ଥିବା ବେଳେ ଝାରସୁଗୁଡ଼ାରେ ଥିଲା ସର୍ବାଧିକ ୪୩ ଡିଗ୍ରୀ। ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଟିଟିଲାଗଡ଼ରେ ୪୨ ଡିଗ୍ରୀ ପାର କରିଥିଲା ପାରଦ।
ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୩ ରୁ ଖରା ଓ ଗରମ ବଢିବା ସହ ବଲାଙ୍ଗୀର ଅନୁଗୁଳ ଓ ଝାରସୁଗୁଡା ଏହି ୩ ଜିଲ୍ଲାକୁ ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ। ୪ ଦିନ ପରେ ପୁଣି ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ଆକଳନ କରିଛି।



