ମୁଖ୍ୟ ଖବରରାଜନୀତି

କଂଗ୍ରେସ ଛାଡିଲେ ଅମୀୟ ପାଣ୍ଡବ

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା

ଭୁବନେଶ୍ୱର: କଂଗ୍ରେସ ନେତା ଅମୀୟ ପାଣ୍ଡବ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଜଣାଇଥିବା ସୂଚନା ମିଳିଛି।

ଏହା ସହ ଅମୀୟ ପାଣ୍ଡବ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବା ସଂପର୍କରେ ନିଜ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲରେ ମଧ୍ୟ ଘୋଷଣା କରିଛନ୍ତି।

ଅମୀୟ ପାଣ୍ଡବ ୨୦୧୭ ମସିହାରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ସେ କଂଗ୍ରେସ ରିସୋର୍ସ ସେଲର ରାଜ୍ୟ ସଂଯୋଜକ ଏବଂ ସାମାଜିକ ଗଣମାଧ୍ୟମ ସେଲର ଅଧ୍ୟକ୍ଷ ଭାବେ ଦାୟିତ୍ୱ ପାଳନ କରିଥିଲେ।

ତାଙ୍କର ଏହି ନିଷ୍ପତ୍ତି ରାଜ୍ୟର ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି।

Show More

Related Articles

Back to top button