Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ଜାତୀୟ ପଂଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ

ଭୁବନେଶ୍ୱର, 24 ଏପ୍ରିଲ-ଆଜି ଜାତୀୟ ପଂଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ । ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ ଜିଲାର ବିଭିନ୍ନ ଥାନାରେ ନେତା ମାନଙ୍କୁ ଅଟକ ରଖିଛି ପୋଲିସ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ପାଟଣାଗଡ଼ ଥାନାରେ ଜିଲା କଂଗ୍ରେସ ସଭାପତି ଅନିଲ ମେହେର, ପୁଇଁତଲା ଥାନାରେ ମିଳିତ କୃଷକ ମଞ୍ଚର ଆବାହକ ଆକାଶ ମିଶ୍ର, ଲରମ୍ଭା ଥାନାରେ କୋଶଲ ମୁକ୍ତି ମୋର୍ଚ୍ଚାର ଆବାହକ ସୁଶୀଲ ଗୁରୁଙ୍କ ସହିତ ଅନେକ ନେତାଙ୍କୁ ଅଟକ ରଖିଛି ବଲାଙ୍ଗୀର ପୋଲିସ ।



