ଗଂଜାମରେ ବିଭିନ୍ନ ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଲେ ପ୍ରଭାତି ପରିଡା

ଭୁବନେଶ୍ୱର, 25 ଏପ୍ରିଲ- ଆଜି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନସ୍ଥଳୀ ପୋତାଗଡ଼ ପରିଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ପୋତାଗଡ଼ର ସର୍ବାଙ୍ଗୀନ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଭିତ୍ତିଭୂମି ବିକାଶ ଏବଂ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ବାବଦରେ ଆଲୋଚନା କରିଛନ୍ତି ପ୍ରଭାତି ପରିଡା । ଏହି ଅବସରରେ ତାଙ୍କ ସହ ଛତ୍ରପୁରର ବିଧାୟକ ଶ୍ରୀ କୃଷ୍ଣ ନାୟକ, ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ଶ୍ରୀ ବଲୱନ୍ତ ସିଂହ, ଗଞ୍ଜାମର ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି ଏବଂ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତାମ୍ପରା ହ୍ରଦ ପରିଦର୍ଶନ କରି, ଏହାର ସର୍ବାଙ୍ଗୀନ ବିକାଶ, ଭିତ୍ତିଭୂମିର ଉନ୍ନତିକରଣ ଓ ଭବିଷ୍ୟତରେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା ଓ ଆଲୋଚନା କରିଛନ୍ତି ପ୍ରଭାତି ପରିଡା ।
ଏହାସହିତ ଅଗଣିତ ଶ୍ରଦ୍ଧାଳୁଙ୍କ ଅତୁଟ ବିଶ୍ୱାସ ସହ ଜଡ଼ିତ ତପ୍ତପାଣି ଉଷ୍ମ ପ୍ରସବଣ ତଥା ମା’ କନ୍ଧୁଣି ଦେବୀଙ୍କ ପୀଠ ପରିଦର୍ଶନ କରିବା ସହ ଏହାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପର ଅଗ୍ରଗତି ବାବଦରେ ସମୀକ୍ଷା କରିଛନ୍ତି ପ୍ରଭାତି ପରିଡା । ଏହି ପବିତ୍ର ପୀଠର ସୌନ୍ଦର୍ଯ୍ୟକରଣ ସହ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ, ତପ୍ତପାଣିକୁ ଆଗାମୀଦିନରେ ଏକ ଆକର୍ଷଣୀୟ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବ ବୋଲି ସେ କହିଛନ୍ତି ।



