Breaking PLUSଓଡ଼ିଶାମୁଖ୍ୟ ଖବର

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର, 27 ଏପ୍ରିଲ- ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ।  ଉପକୂଳରେ ପ୍ରବଳ ଗରମ ସହ ଗୁଳୁଗୁଳି, ପଶ୍ଚିମରେ ଲାଗି ରହିଛି ଗ୍ରୀଷ୍ମ ଲହରୀ। ରବିବାର ଝାରସୁଗୁଡ଼ାରେ ସର୍ବାଧିକ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ସୋନପୁରରେ ୪୩.୭, ଟିଟିଲାଗଡ଼ରେ ୪୩.୬, ଭବାନୀପାଟଣାରେ ୪୩.୪, ବଲାଙ୍ଗୀରରେ ୪୩.୧ ଓ ବୌଦ୍ଧରେ ୪୩.୦ ଡିଗ୍ରୀ ତାପମାତ୍ରା ରହିଥିଲା। ଆସନ୍ତା ଦୁଇ ଦିନ ଗରମ ଗୁଳୁଗୁଳି ନେଇ ୧୧ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।

ଅନ୍ୟପଟେ ରାଜ୍ୟରେ ଆଜିଠୁ ପାଗରେ ବଡ ପରିବର୍ତ୍ତନ ହୋଇପାରେ। ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି।

 

Show More

Related Articles

Back to top button