ଦେଶ ବିଦେଶମୁଖ୍ୟ ଖବର

ଇସ୍ରାଏଲ-ଲେବାନନ୍ ଅସ୍ତ୍ରବିରତି ୩ ସପ୍ତାହ ବୃଦ୍ଧି, ତଥାପି ଚାଲିଛି ଆକ୍ରମଣ

ବେରୁଟ୍‌: ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ଅବଧିକୁ ସୋମବାର ଆଉ ୩ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ପୂର୍ବରୁ ଏପ୍ରିଲ ୧୭ରେ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ୧୦ ଦିନର ଅସ୍ତ୍ରବିରତି ସମ୍ମତି ହୋଇଥିଲା।

ଲେବାନନ୍ ରାଷ୍ଟ୍ରପତି ଜୋସେଫ ଆଉନ୍ ଏହି ବିସ୍ତାରକୁ ସମର୍ଥନ କରି କହିଛନ୍ତି ଯେ ତାଙ୍କ ଦେଶ ଆଉ କୌଣସି ବୈଦେଶିକ ପ୍ରେରିତ ସଂଘର୍ଷରେ ଜଡିତ ହେବାକୁ ଚାହୁଁନାହିଁ। ସେ ଏହାକୁ ଏକ ସ୍ଥାୟୀ ଶାନ୍ତି ଚୁକ୍ତିରେ ପରିଣତ କରିବାକୁ ଆଶା ବ୍ୟକ୍ତ କରିଛନ୍ତି।

ତଥାପି ଅସ୍ତ୍ରବିରତି ଚାଲିଥିବା ସତ୍ତ୍ୱେ ମାଟିସ୍ତରରେ ତଣାପୋଡ଼ ଜାରି ରହିଛି। ଇସ୍ରାଏଲ ସେନା ପକ୍ଷରୁ ଦକ୍ଷିଣ ଲେବାନନ୍ ଓ ବେକା ଅଞ୍ଚଳରେ ହେଜବୋଲ୍ଲା ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଇସ୍ରାଏଲର ଦାବି ଅନୁଯାୟୀ, ହେଜବୋଲ୍ଲା ଅସ୍ତ୍ରବିରତି ସର୍ତ୍ତ ଉଲ୍ଲଘନ କରୁଥିବାରୁ ପାଲଟା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଅନ୍ୟପଟେ, ହେଜବୋଲ୍ଲା ପକ୍ଷରୁ ମଧ୍ୟ ଇସ୍ରାଏଲ ସେନା ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ମିଳିଛି। ଏହାର ଫଳରେ ଅସ୍ତ୍ରବିରତି ଜାରି ରହିଥିଲେ ମଧ୍ୟ ଅଞ୍ଚଳରେ ତଣାପୋଡ଼ ଅବସ୍ଥା ଅବ୍ୟାହତ ରହିଛି।

Show More

Related Articles

Back to top button