ଅପରାଧମୁଖ୍ୟ ଖବର

ବାରିପଦା କୋଅପେରେଟିଭ୍ ବ୍ୟାଙ୍କ ଋଣ ଠକେଇ: ୪ ଦୋଷୀଙ୍କୁ ୩ ବର୍ଷ କାରାଦଣ୍ଡ

ଭୁବନେଶ୍ୱର: ବାରିପଦାର ବିଶେଷ ଭିଜିଲାନ୍ସ ଅଦାଲତ ଗୁରୁବାର ଏକ ଋଣ ଠକେଇ ମାମଲାରେ ବ୍ୟାଙ୍କର ପୂର୍ବତନ ୩ ଅଧିକାରୀ ସହ ମୋଟ ୪ ଜଣଙ୍କୁ ପ୍ରତ୍ୟେକଙ୍କୁ ୩ ବର୍ଷ କଠୋର କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଦେଇଛନ୍ତି।
ଦୋଷୀମାନେ ହେଲେ— ପୂର୍ବତନ ଶାଖା ପ୍ରବନ୍ଧକ ଅଶୁତୋଷ ମହାନ୍ତି, ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ କାନ୍ତିଲାଲ ମୁଗ୍ରୀ, ପୂର୍ବତନ ଅଧ୍ୟକ୍ଷ କୃପାସିନ୍ଧୁ ମହାନ୍ତ ଓ ଋଣଗ୍ରାହୀ ସଲିଲ ଅଗରୱାଲ।
ତଦନ୍ତ ଅନୁଯାୟୀ, ବ୍ୟାଙ୍କ ଅଧିକାରୀମାନେ ଏକାଠି ମିଶି ନକଲି ଦଲିଲ ଆଧାରରେ ଏବଂ ଯଥେଷ୍ଟ ଜମାନତ ବିନା ଋଣ ମଞ୍ଜୁର କରିଥିଲେ, ଯାହା ବ୍ୟାଙ୍କ ନିୟମର ଉଲ୍ଲଂଘନ ଥିଲା।
ଏହି ଠକେଇ ମାଧ୍ୟମରେ ପ୍ରାୟ ୧୫.୫୮ ଲକ୍ଷ ଟଙ୍କାର ସରକାରୀ ଧନ ଅପହରଣ ହୋଇଥିବା ଜଣାପଡ଼ିଛି।
ଦୋଷ ସିଦ୍ଧ ହେବା ପରେ ଭିଜିଲାନ୍ସ ପକ୍ଷରୁ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ କାନ୍ତିଲାଲ ମୁଗ୍ରୀଙ୍କ ପେନ୍ସନ ବନ୍ଦ କରିବା ପାଇଁ ସମ୍ପର୍କିତ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି।

Show More

Related Articles

Back to top button