
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୬ ବର୍ଷର ବାର୍ଷିକ ହାଇସ୍କୁଲ୍ ସର୍ଟିଫିକେଟ୍ (HSC) ପରୀକ୍ଷାର ଫଳାଫଳ ମେ ୨ ତାରିଖ ସନ୍ଧ୍ୟା ୪ଟାରେ ପ୍ରକାଶ ପାଇବ।
ବୋର୍ଡର ସୂଚନା ଅନୁଯାୟୀ, HSC ସହ ଷ୍ଟେଟ୍ ଓପେନ୍ ସ୍କୁଲ୍ ସର୍ଟିଫିକେଟ୍ (୧ମ) ଓ ମଧ୍ୟମା ପରୀକ୍ଷାର ଫଳାଫଳ ମଧ୍ୟ ସେହି ଦିନ ପ୍ରକାଶିତ ହେବ।
ଛାତ୍ରଛାତ୍ରୀମାନେ ସନ୍ଧ୍ୟା ୬ଟାରୁ ୱେବସାଇଟ୍ରେ ଅନଲାଇନ୍ ମାଧ୍ୟମରେ ଫଳାଫଳ ଦେଖିପାରିବେ। ଇଣ୍ଟରନେଟ୍ ସୁବିଧା ନଥିଲେ SMS ମାଧ୍ୟମରେ “OR10” ଟାଇପ୍ କରି 5676750 ନମ୍ବରକୁ ପଠାଇ ଫଳାଫଳ ଜାଣିହେବ।
ସେହି ଦିନ ସନ୍ଧ୍ୟା ୭ଟାରୁ ବିଦ୍ୟାଳୟ ମୁଖ୍ୟମାନେ Tabulation Register (TR) ଡାଉନଲୋଡ୍ କରିପାରିବେ, ଯାହା ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନକୁ ସହଜ କରିବ।
କଟକରେ ବୋର୍ଡ ମୁଖ୍ୟାଳୟରେ ଫଳାଫଳ ପ୍ରକାଶ କାର୍ଯ୍ୟକ୍ରମ ଆୟୋଜିତ ହେବ ଓ ମାଧ୍ୟମ ପ୍ରତିନିଧିମାନେ ଯୋଗଦେବେ।
ଏହି ସୂଚନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ତାରାଇ ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ ଦିଆଯାଇଛି।



