Breaking PLUSଅପରାଧଆଇନ କାନୁନଖେଳମୁଖ୍ୟ ଖବର

ଯୌନ ଅପରାଧ ଖବରରେ ପୀଡ଼ିତଙ୍କ ଗରିମା ରକ୍ଷା କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ ମାମଲାର ଖବର ପ୍ରକାଶ ବେଳେ ଗଣମାଧ୍ୟମକୁ ଅଧିକ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିଚାରପତି ଜେ.ବି. ପାର୍ଦିୱାଲା ଓ କେ. ବିନୋଦ ଚନ୍ଦ୍ରନଙ୍କ ପୀଠ କହିଛନ୍ତି, ଏଭଳି ମାମଲାରେ ଚମକପ୍ରଦ ଶୀର୍ଷକ, ଯୌନ ହିଂସାର ଗ୍ରାଫିକ୍ ଚିତ୍ରଣ କିମ୍ବା ଅନାବଶ୍ୟକ ବିବରଣୀ ଜନସ୍ୱାର୍ଥରେ ନୁହେଁ।

ଗଣଦୁଷ୍କର୍ମ ସମ୍ପର୍କିତ ତିନିଟି ମାମଲାର ଶୁଣାଣି ସମୟରେ ସୋମବାର ପୀଠ ଏହି ମତ ଦେଇଛନ୍ତି। ଏହି ମାମଲାଗୁଡ଼ିକୁ ସୁପ୍ରିମକୋର୍ଟ ନିଜଆଡୁ ଗ୍ରହଣ କରିଥିଲେ। କୋର୍ଟ କହିଛନ୍ତି, ସମ୍ବେଦନଶୀଳ ଘଟଣାର ଅତିରଞ୍ଜିତ ରିପୋର୍ଟିଂ ପୀଡ଼ିତା ଓ ତାଙ୍କ ପରିବାରକୁ ପୁଣିଥରେ ମାନସିକ ଆଘାତ ଦେଇପାରେ।

ପୀଠ ସ୍ପଷ୍ଟ କରିଛନ୍ତି ଯେ, ପୋକ୍ସୋ ଆଇନର ଧାରା ୨୩ ଅନୁଯାୟୀ ଛାପା, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ ଗଣମାଧ୍ୟମରେ ଯୌନ ଅପରାଧର ଶିକାର ନାବାଳକଙ୍କ ପରିଚୟ ପ୍ରକାଶ କରିବା ଉପରେ କଟକଣା ରହିଛି। ତେଣୁ ଖବର ପରିବେଷଣ ବେଳେ ଆବଶ୍ୟକ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ସହ ପୀଡ଼ିତଙ୍କ ପରିଚୟ, ଗରିମା ଓ ଗୋପନୀୟତା ପ୍ରତି ସମ୍ମାନ ରଖିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Show More

Related Articles

Back to top button