Breaking PLUSଦେଶମୁଖ୍ୟ ଖବର

ଅକ୍ଟୋବର ୩ରେ ରାଷ୍ଟ୍ରପତି ଭବନରେ ହେବନି ‘ଚେଞ୍ଜ ଅଫ୍ ଗାର୍ଡ’ ସମାରୋହ

ନୂଆଦିଲ୍ଲୀ: ଅକ୍ଟୋବର ୩, ୨୦୨୬ରେ ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ହେବାକୁ ଥିବା ‘ଚେଞ୍ଜ ଅଫ୍ ଗାର୍ଡ’ ସମାରୋହ ଅନୁଷ୍ଠିତ ହେବ ନାହିଁ। ଏନେଇ ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ପ୍ରେସ୍ କମ୍ୟୁନିକେ ଜାରି କରି ସୂଚନା ଦିଆଯାଇଛି।
‘ଚେଞ୍ଜ ଅଫ୍ ଗାର୍ଡ’ ଭାରତୀୟ ସଶସ୍ତ୍ର ବାହିନୀର ଶୃଙ୍ଖଳା, ପରମ୍ପରା ଓ ସାମରିକ ଐତିହ୍ୟର ପ୍ରତୀକାତ୍ମକ ସମାରୋହ। ଏହି ଅବସରରେ ଯବାନଙ୍କ ମାର୍ଚ୍ଚପାଷ୍ଟ, ସାମରିକ ବ୍ୟାଣ୍ଡ ଏବଂ ଦାୟିତ୍ୱ ହସ୍ତାନ୍ତରର ଔପଚାରିକ ପ୍ରକ୍ରିୟା ପ୍ରଦର୍ଶିତ ହୋଇଥାଏ। ଏହାକୁ ଦେଖିବା ପାଇଁ ପ୍ରତିଥର ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସାଧାରଣ ଲୋକ ରାଷ୍ଟ୍ରପତି ଭବନକୁ ଆସିଥାନ୍ତି।
ତେବେ ଅକ୍ଟୋବର ୩ର ସମାରୋହ ବାତିଲ ହୋଇଥିବା ବେଳେ ଏହାର ବିକଳ୍ପ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଏହି ଦିନ ସମାରୋହ ଦେଖିବାକୁ ଯୋଜନା କରିଥିବା ଲୋକଙ୍କୁ ରାଷ୍ଟ୍ରପତି ସଚିବାଳୟ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅଧିକାରିକ ସୂଚନା ଉପରେ ନଜର ରଖିବାକୁ କୁହାଯାଇଛି।

Show More

Related Articles

Back to top button