Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ମାଙ୍ଗାଲୁରୁ MRPLରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ; ୯ ଆହତ

 

ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁସ୍ଥିତ ମାଙ୍ଗାଲୁରୁ ରିଫାଇନେରି ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡ୍‌ (ଏମଆରପିଏଲ୍‌)ରେ ବୁଧବାର ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି। ମୃତକ ହେଲେ ୩୦ ବର୍ଷୀୟ ମନୀଷ। ସେ ଏମଆରପିଏଲ୍‌ ପ୍ଲାଣ୍ଟରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରୁଥିଲେ।

ପ୍ରାଥମିକ ତଦନ୍ତ ଅନୁସାରେ, ଦିନ ପ୍ରାୟ ୧୨ଟା ୧୫ରେ ପ୍ଲାଣ୍ଟର ହାଇଡ୍ରୋ-ଟ୍ରିଟିଂ ୟୁନିଟ୍‌ରେ ପରୀକ୍ଷଣ ଚାଲିଥିବା ସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ବଏଲର ସେକ୍ସନରେ ନିଆଁ ଲାଗିଥିଲା। ଏମଆରପିଏଲ୍‌ର ଫାୟାର ଓ ଜରୁରୀକାଳୀନ ଟିମ୍‌ ସହ ସହରରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ।

ଆହତମାନଙ୍କ ମଧ୍ୟରେ ରାଜେଶ ବାପ୍ଟିଷ୍ଟଙ୍କ ସମେତ ପ୍ରସାଦ, ଇନ୍ଦ୍ରଜିତ, ରମଣ, ଜେରୋମ୍‌, ଜୟରାମ, ଅବିନାଶ ଓ ଅକ୍ଷୟ ଅଛନ୍ତି। ବାପ୍ଟିଷ୍ଟଙ୍କ ଶରୀରରେ ପ୍ରାୟ ୩୦ ପ୍ରତିଶତ ପୋଡ଼ା ଆଘାତ ଲାଗିଥିବାରୁ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି। ଅନ୍ୟ ଆହତମାନେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।

ବିସ୍ଫୋରଣର ପ୍ରଭାବ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ପାନାମ୍ବୁର, କାଭୁର, ସୁରଥକଲ ଓ ଜୋକାଟେ ଅଞ୍ଚଳରେ ଘରଦ୍ୱାର କମ୍ପିଥିବା ବେଳେ କେତେକ ସ୍ଥାନରେ କାଚ ଭାଙ୍ଗିଥିବା ଜଣାପଡ଼ିଛି। ଏକ ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ ଚର୍ଚ୍ଚ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅଘଟଣର କାରଣ ଓ ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ ତଦନ୍ତ ଜାରି ରହିଛି।

Show More

Related Articles

Back to top button